Voice of Eastern India

ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମାର୍କୋଣା ଷ୍ଟେସନରେ ଅଟକିଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ


ବାଲେଶ୍ୱର: ପୁରୀରୁ ହାଓ୍ଵଡ଼ା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଛି। ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇପାରିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହାତ କିମ୍ବା ହତାହତ ହୋଇନାହାନ୍ତି। କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ମାର୍କୋଣା ଷ୍ଟେସନରେ ଅଟକିଛି ଟ୍ରେନ୍

ଅଗ୍ନିକାଣ୍ଡ ଯୋଗୁଁ ଧଉଳି ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ କିଛି ସମୟ ପାଇଁ ଅଟକାଇ ରଖାଯାଇଛି। ସୁରକ୍ଷା ଜାଞ୍ଚ ଏବଂ ବୈଷୟିକ ଯାଞ୍ଚ ଶେଷ ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବ।

Also Read: ​​​​​​​Indian Idol- 16: ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବିଜୟୀ

 

Source link



Source link

Leave A Reply

Your email address will not be published.