Voice of Eastern India

ଗିଲ୍-ଅକ୍ଷର-ଓ୍ଵାଶିଂଟନଙ୍କ ଦମଦାର ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ହରାଇଲା ଭାରତ, ଟିମ୍ ଇଣ୍ଡିଆର ପ୍ରଥମ ବିଜୟ


ବର୍ମିଂହାମ: ଅକ୍ଷର ପଟେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଅଧିନାୟକ ଶୁଭମନ ଗିଲଙ୍କ ଅଧିନାୟକତ୍ଵ ଇନିଂସ। ଏଠାରେ ଏଜବାଷ୍ଟନରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭାରତ ଘରୋଇ ଇଂଲଣ୍ଡକୁ ୬ ଓ୍ଵିକେଟରେ ହରାଇଛି। ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଜୋ ରୁଟଙ୍କ ଅପରାଜିତ ୭୬ ରନ ଓ ଲିୟାମ ଡାସନଙ୍କ ୬୮ ରନ ବଳରେ ୨୫୮ ରନ କରିଥିଲା। ଜବାବରେ ଭାରତ ୪୫.୨ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ୮୦ ରନ(ରିଟାୟର୍ଡ ହଟ୍), ଅକ୍ଷର ପଟେଲଙ୍କ ଅପରାଜିତ ୫୭ ରନ ଓ ଓ୍ଵାଶିଂଟନ ସୁନ୍ଦରଙ୍କ ଅପରାଜିତ ୫୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଇଂଲଣ୍ଡ ଗସ୍ତରେ ଏହା ଭାରତର ପ୍ରଥମ ବିଜୟ

୨୫୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ୪୩ ରନ ସ୍କୋରରେ ରୋହିତ ଶର୍ମା(୧୧ ରନ) ଆଉଟ୍ ହୋଇଥିଲେ। ପୁଣି ବିରାଟ କୋହଲି(୫ ରନ) ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଶୁଭମନ ଗିଲ୍ ଓ ଉପଅଧିନାୟକ ଶ୍ରେୟସ ଆୟର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ଏହି କ୍ରମରେ ଗିଲ୍ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ୮୦ ରନ କରିବା ସମୟରେ ଆହତ କାରଣରୁ ଗିଲ୍ ରିଟାୟର୍ଡ ହଟ୍ ହୋଇଥିଲେ। ଶ୍ରେୟସଙ୍କ ସହ ମିଶି ସେ ଶତକୀୟ ଭାଗିଦାରୀ କରିଥିଲେ।

Also Read: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଇସ୍ତଫା ଦେବେ ଭାରତୀୟ ଦଳର କୋଚ୍, ବିସିସିଆଇକୁ ଜଣାଇଲେ ନିଷ୍ପତ୍ତି: ରିପୋର୍ଟ

ଏହା ପରେ ଆୟର କ୍ରିଜରେ ଜମିଥିଲେ ହେଁ ୩୫ ରନ କରି ଆଉଟ୍ ହୋଇଥିଲେ। ୧୬୦ ରନରେ ୪ ଓ୍ଵିକେଟ୍ ହରାଇ ସାମାନ୍ୟ ବ୍ୟାକଫୁଟରେ ଥିବା ଭାରତ ପାଇଁ ଦମଦାର ଇନିଂସ ଖେଳିଥିଲେ ଦୁଇ ବାମହାତୀ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ୍ ଓ ଓ୍ଵାଶିଂଟନ ସୁନ୍ଦର। ଦୁହେଁ ଆଜିର ମୁକାବିଲାରେ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଦର୍ଶାଇ ଦେଇଛନ୍ତି ଯେ, ସେମାନେ ଆଜି ବି ଦଳର ଉପଯୋଗୀ ଖେଳାଳି। ଦୁହେଁ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୧୦୨ ରନ ଯୋଡ଼ି ଦଳକୁ ୬ ଓ୍ଵିକେଟରେ ଜିତାଇଛନ୍ତି। ଅକ୍ଷର ପଟେଲ ୫୨ ବଲରୁ ୫୭ ରନ ଓ ସୁନ୍ଦର ୬୩ ବଲରୁ ୫୨ ରନ କରି ଅପରାଜିତ ଅଛନ୍ତି।

Source link



Source link

Leave A Reply

Your email address will not be published.