Voice of Eastern India

ଝାରପଡ଼ା ଜେଲରେ ମାଡିଗଲାଣି AIDS, ୮ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ !



ଭୁବନେଶ୍ୱର ୦୨।୦୭ : ଟେନସନରେ ଜେଲ୍ କର୍ତ୍ତୃପକ୍ଷ । ଝାରପଡ଼ା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି ।

କିଛି ଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ । ଏହାପରେ ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଥିଲା । ଯାହାପରେ ଜେଲ୍ କର୍ତ୍ତୃପକ୍ଷରୁ ଚିଠି ଲେଖିଥିଲା ମହିଳା ଥାନା । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ ମଧ୍ୟ କରାଯାଇଛି ।

Also Read:-Weather Update : ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୭ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ତେବେ ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ ଥିବା କଥା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ ଜେଲରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି। ବରିଷ୍ଠ ଅଧିକାରୀ ଘନ ଘନ ବୈଠକ ଡାକୁଛନ୍ତି ।
Source link



Source link

Leave A Reply

Your email address will not be published.