Voice of Eastern India

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକାଶ କଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି


ଭୁବନେଶ୍ବର ୪।୧୧: ମୁଖ୍ୟମନ୍ତ୍ରୀଙ୍କୁ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । କୋଟିଆକୁ ନେଇ ବିଜେପିର ୨୦୨୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ପାଳନ କରିବାକୁ ଚିଠିରେ ମନେ ପକାଇ ଦେଇଛନ୍ତି ନବୀନ ।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ଅକ୍ଟୋବର ୧୯ ତାରିଖରେ ଲେଖିଥିବା ପୂର୍ବ ଚିଠି ଏବଂ ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ମଧ୍ୟ କୋଟିଆର ସ୍ଥିତି ଆହୁରି ଖରାପ ହୋଇଛି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଓ ମୁହାଁମୁହିଁ ସ୍ଥିତି ବଢୁଥିବା ରିପୋର୍ଟ ମିଳୁଛି ।

ଏପରିକି ଆସନ୍ତାକାଲି କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯାଉଥିବାରୁ ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବୋଲି କହିଛନ୍ତି ନବୀନ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Source link



Source link

Leave A Reply

Your email address will not be published.