Voice of Eastern India

ଫିଫା ୨୦୨୬ ଫାଇନାଲ : ଆର୍ଜେଣ୍ଟିନା ବନାମ ସ୍ପେନ୍, ମେସିଙ୍କ ଉପରେ ଅଧିକ ଫୋକସ୍


ଭୁବନେଶ୍ୱର, ୧୯|୦୭: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୩ତମ ବିଶ୍ଵକପର ବହୁ ଚର୍ଚ୍ଚିତ ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତ ସ୍ପେନ୍ ଓ ଆର୍ଜେଣ୍ଟିନା । ଗୋଟିଏ ପଟେ ସମଗ୍ର ୟୁରୋପ ଓ ଅନ୍ୟ ପଟରେ କେବଳ ମେସି ଓ ତାଙ୍କ ଆର୍ଜେଣ୍ଟିନା ଦଳ। ସବୁଠି ଆର୍ଜେଣ୍ଟିନାକୁ ସମାଲୋଚନା ଓ ସ୍ପେନଙ୍କୁ ପ୍ରଶଂସା। ୨ଟି ମହାଦେଶର ଲଢ଼େଇ ମଧ୍ୟରେ ସାରା ବିଶ୍ଵ ମେସି ମ୍ୟାଜିକକୁ ଅପେକ୍ଷା କରି ରହିଛି। ଫାଇନାଲ୍ ଜିତି ଦ୍ଵିତୀୟ ଥର ବିଶ୍ୱକପ ସହ ସ୍ବଦେଶ ଫେରିବା ପାଇଁ ସ୍ପେନ୍ ସ୍ୱପ୍ନ ଦେଖୁଛି। ଅନ୍ୟ ପଟରେ ସମଗ୍ର ଆର୍ଜେଣ୍ଟିନା ଦଳ ସେମାନଙ୍କ ଅଧିନାୟକଙ୍କୁ ଆଉ ଏକ ଟ୍ରଫି ଭେଟିଦେବା ପାଇଁ ଆଶାବାଦୀ ରହିଛି।

୧୦ବର୍ଷର ଜୟ ଯାତ୍ରା

୨୦୧୬ ମସିହା, କୋପା ଆମେରିକା କପ୍ ଫାଇନାଲ୍ ମୁକାବିଲା। ସେହି ମେଟ୍ ଲାଇଫ ଷ୍ଟାଡ଼ିୟମ୍। ଆର୍ଜେଣ୍ଟିନାର ପରାଜୟରେ ଭାଙ୍ଗିପଡ଼ି ଗ୍ରାଉଣ୍ଡ ଭିତରେ କିଛି କ୍ଷଣ ବସି ରହିଥିଲେ ଲିଓନେଲ ମେସି। ଆଖରୁ ଲୁହ ବୋହି ଯାଉଥିଲା । କାରଣ ସେ କ୍ରମାନ୍ୱୟରେ ୩ଟି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ହାରି ସାରିଥିଲେ। ଗ୍ରାଉଣ୍ଡରୁ ବିଦାୟ ନେବା ସମୟରେ ସେ ଅବସର ଘୋଷଣା କରି ଅଗଣିତ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲେ।

ଠିକ ଦଶ ବର୍ଷ ପରେ ମେସି ପୁଣି ଥରେ ମେଟ ଲାଇଫ ଷ୍ଟାଡ଼ିୟମକୁ ଓହ୍ଲାଇବେ। ଖେଳିବେ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ। ଏଥର ପରାଜିତ ଖେଳାଳି ଭାବେ ନୁହେଁ, ବିଜୟୀ ଯୋଦ୍ଧା ଭାବେ ସେ ଗ୍ରାଉଣ୍ଡ୍ରେ ବିଜୟ ବାନା ଉଡ଼ାଇବାକୁ ପ୍ରସ୍ତୁତ । ଗତ ୧୦ ବର୍ଷ ମଧ୍ୟରେ ସେ ଗୋଟିଏ ବିଶ୍ୱକପ୍, ୨ଟି କୋପା ଆମେରିକା କପ୍ ଓ ଗୋଟିଏ ଫିନାଲେସିମା ଟାଇଟଲ ଜିତି ସାରିଛନ୍ତି।

ଏହି ଟାଇଟଲ ଲଢ଼େଇରେ ତାଙ୍କ ସମ୍ମୁଖରେ ରହିଛି ଏଭଳି ଏକ ଦେଶ, ଯାହାକୁ ମେସି ନିଜ ଜୀବନଠୁ ମଧ୍ୟ ଅଧିକ ପସନ୍ଦ କରନ୍ତି I ସ୍ପେନ ତାଙ୍କ ଦ୍ଵିତୀୟ ଘର । ସେଠାରେ ସେ ଦ୍ବିତୀୟ ଜୀବନ ପାଇଥିଲେ। ମାତ୍ର ୧୩ ବର୍ଷ ବୟସରେ ଫୁଟବଲ୍ ସ୍ୱପ୍ନ ପୂରଣ କରିବା ସହ ଚିକିତ୍ସିତ ହେବା ପାଇଁ ସେ ବାର୍ସେଲୋନାରେ ପହଞ୍ଚିଥିଲେ। ସ୍ପେନରେ ବଢ଼ିଥିଲେ ଓ ବାର୍ସେଲୋନା ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଆଜି ସେ ବିଶ୍ଵର ଶ୍ରେଷ୍ଠ ଖେଳାଳି।

ଆର୍ଜେଣ୍ଟିନା ଡିଫେଣ୍ଡି ଚମ୍ପିଅନ୍ ହୋଇଥିଲେ ହେଁ ପ୍ରତିଭାସମ୍ପନ୍ନ ସ୍ପେନ୍ ଦଳକୁ ହରାଇବା ଏକ ପ୍ରକାର ଅସମ୍ଭବ ମନେ ହେଉଛି। ସମ୍ପୂର୍ଣ ବିଶ୍ଵକପ କେବଳ ବେଲଜିୟମ୍କୁ ଛଡ଼ିଦେଲେ ଅନ୍ୟ କୌଣସି ଦଳ ସ୍ପେନ୍ ବିପକ୍ଷରେ ଗୋଲ୍ କରିପାରି ନାହାନ୍ତି। ତେଣୁ ସ୍ପେନ୍ ମଧ୍ୟ ଅନ୍ୟତମ ସଫଳ ଟିମ୍ । ଆର୍ଜେଣ୍ଟିନାକୁ ଟକ୍କର ଦେଇପାରିବ । ତେବେ ଦେଖିବାକୁ ବାକି ରହିଲା ମେସିଙ୍କ ମ୍ୟାଜିକ୍ କାମ ଦେଉଛି ନା ବାଜି ମାରୁଛି ସ୍ପେନ୍ ।

Source link



Source link

Leave A Reply

Your email address will not be published.