Voice of Eastern India

ଭାଇକୁ ଚେତାଇଥିଲେ ଚନ୍ଦ୍ରିକା, କହିଥିଲେ- ଜୀବନରେ କାହାକୁ ବିଶ୍ୱାସ କରିବୁ ନାହିଁ


ଉଦଳା: ଦିନ ଗଡୁଛି, ସସପେନ୍ସ ବଢ଼ୁଛି। ପୁଣି ସାମ୍ନାକୁ ଆସିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ। ଭଉଣୀ ଚନ୍ଦ୍ରିକାଙ୍କ ବାବଦରେ ତାଙ୍କ ଭୁବନେଶ୍ୱରରେ ରହୁଥିବା ମାମୁଁ ପୁଅ ଭଗବାନ ହାଁସଦା କହିଛନ୍ତି ଭଉଣୀ ମନର କଥା। ସବୁବେଳେ ହସଖୁସିରେ ରହୁଥିବା ଚନ୍ଦ୍ରିକା ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କ ଭାଇଙ୍କ ସହିତ ୪ ତାରିଖ ମୁଭି ଦେଖିବାକୁ ଯିବେ ବୋଲି ଫାଇନାଲ କରିଥିଲେ।

ଏହା ସହିତ ଚନ୍ଦ୍ରିକା ମୁହଁ ଶୁଖାଇ ବସିଥିବା ବେଳେ ଭାଇ କାରଣ ପଚାରିବାରୁ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ ବୋଲି ତାଙ୍କ ଭାଇଙ୍କୁ କହିଥିଲେ ଚନ୍ଦ୍ରିକା। କେବଳ ସେତିକି ନୁହେଁ ନିଜ ବାହାଘର କୁ ନେଇ ବେଶ ଖୁସି ରହିବା ସହିତ କିଭଳି ବାହାଘର ହେବ ସେ ନେଇ ମଧ୍ୟ ତାଙ୍କ ମାମୁଁ ପୁଅଙ୍କ ସହିତ ଆଲୋଚନା କରୁଥିଲେ।

ଏପରିକି ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱରରେ ବୁଲିବାକୁ ଯାଇଥିବା କଥା କହିଛନ୍ତି ତାଙ୍କ ମାମୁଁ ପୁଅ। ଏହା ସହିତ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭାଇ। କହିଛନ୍ତି ତାଙ୍କ ଭଉଣୀକୁ ମାରି ସେଠାରେ ଫୋପାଡ଼ି ଦିଆଯାଇଛି।

Source link



Source link

Leave A Reply

Your email address will not be published.