ନୂଆଦିଲ୍ଲୀ, ୨୯/୦୯ : କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଲା ଜାମିନ୍ । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ କୋଲକାତା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଯାହା ମିଲନଙ୍କ ପାଇଁ ନିର୍ବାଚନ ସମୟରେ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି । କୋର୍ଟ ତାଙ୍କର ଅନ୍ତରୀଣ ଜାମିନକୁ ମଞ୍ଜୁର ପ୍ରଦାନ କରିଛନ୍ତି ।
ହାଇକୋର୍ଟର ବିଚାରପତି ଜଷ୍ଟିସ ତୀର୍ଥକର ଘୋଷଙ୍କ ବେଞ୍ଚ୍ ମିଲନଙ୍କୁ ଦୁଇଟି ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହାସହ ସର୍ତ୍ତ ମଧ୍ୟ ରଖିଛନ୍ତି । ତାଙ୍କୁ ନିଜର ମୋବାଇଲ ଫୋନ ସ୍ଥାନୀୟ ପୋଲିସ ଷ୍ଟେସନରେ ଜମା କରିବାକୁ ହେବ ।
Also Read :- ଗୁପ୍ତାଙ୍ଗରେ ଆଘାତ, ରୁମରୁ ମିଳିଲା ଗ୍ରାଇଣ୍ଡର; ସନ୍ଦେହ ବଢ଼ାଉଛି ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଆତ୍ମହତ୍ୟା ଘଟଣା
ଏହାସହ ତାଙ୍କର ଜାମିନ ଅକ୍ଟୋବର ୨୦ ଯାଏଁ ବୈଧ ରହିବ । କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସେ ଅକ୍ଟୋବର ୨୧ରେ ସରେଣ୍ଡର୍ କରିବେ । ହଳଦିଆ କୋର୍ଟରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହେବ ବୋଲି କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୦୭ ମସିହାର ଏକ ମାମଲାକୁ ନେଇ ତାଙ୍କ ବିରୋଧରେ ଆକ୍ସନ୍ ହୋଇଥିଲା । ଯାହାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି । ମାମଲା କୋର୍ଟରେ ବିଚାରଧୀନ ରହିଛି । ପୁରୁଣା ହତ୍ୟା ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିବା ବେଳେ ନିର୍ବାଚନ ମାହୋଲ ଥିବାରୁ ଏହା ରାଜ୍ୟ ରାଜନୀତିକୁ ସରଗରମ କରିଛି । ତେବେ ହାଇକୋର୍ଟଙ୍କ ପୂର୍ବରୁ ତଳକୋର୍ଟ ମିଲାନଙ୍କୁ ଅକ୍ଟୋବର ୭ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
