Voice of Eastern India

India’s Defence Production: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ରେକର୍ଡ, ଚଳିତ ଆର୍ଥିକ ବର୍ଷ ୧.୭୮ ଲକ୍ଷ କୋଟି ଛୁଇଁଲା ଉତ୍ପାଦନ, ରପ୍ତାନୀରେ ବି ବଡ଼ ସଫଳତା


ନୂଆଦିଲ୍ଲୀ: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ପ୍ରତିରକ୍ଷା ଉତ୍ପାଦନ ୧.୭୮ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଏନେଇ କେନ୍ଦ୍ର ସରକାର ବୁଧବାର ସୂଚନା ଦେଇଛନ୍ତି। ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଉତ୍ପାଦନ ବୋଲି କୁହାଯାଉଛି।

ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିଛି। ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷ (୨୦୨୪-୨୫) ତୁଳନାରେ ଏହି ବର୍ଷ ପ୍ରତିରକ୍ଷା ଉତ୍ପାଦନରେ ୧୫.୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ବର୍ଷ ଏହି ପରିମାଣ ୧.୫୪ ଲକ୍ଷ କୋଟି ଟଙ୍କା ଥିଲା।

ଅନ୍ୟପକ୍ଷରେ, ୨୦୨୦-୨୧ ମସିହା ତୁଳନାରେ ଦେଖିଲେ, ଏହି କ୍ଷେତ୍ରରେ ୧୧୦ ପ୍ରତିଶତ ବୃଦ୍ଧି ହୋଇଛି। ସେତେବେଳେ ଉତ୍ପାଦନ କେବଳ ୮୪,୬୪୩ କୋଟି ଟଙ୍କା ଥିଲା। ଯଦି ଆମେ ୨୦୧୩-୧୪ ମସିହା ସହ ତୁଳନା କରିବା, ତେବେ ଏହା ଚାରି ଗୁଣ ବୃଦ୍ଧି ପାଇଛି (ସେତେବେଳେ ଉତ୍ପାଦନ ଥିଲା ୪୩,୭୪୬ କୋଟି ଟଙ୍କା)।

ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱକୁ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ବୃଦ୍ଧି ଦେଶର ମଜବୁତ ହେଉଥିବା ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମିର ଏକ ସ୍ପଷ୍ଟ ସଙ୍କେତ। ସରକାରୀ ନୀତି ଏବଂ ବେସରକାରୀ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଯୋଗୁଁ ଆଗାମୀ ଦିନରେ ଏହି କ୍ଷେତ୍ର ଆହୁରି ଦ୍ରୁତ ଗତିରେ ଅଗ୍ରଗତି କରିବ।

ବେସରକାରୀ କ୍ଷେତ୍ରର ବର୍ଦ୍ଧିତ ଯୋଗଦାନ ଏହା ସମ୍ଭବ ହୋଇପାରିଛି। ମୋଟ ପ୍ରତିରକ୍ଷା ଉତ୍ପାଦନରେ ସରକାରୀ କମ୍ପାନୀଗୁଡ଼ିକ (DPSUs/PSUs) ଭାଗ ୭୬ ପ୍ରତିଶତ ରହିଥିବା ବେଳେ ବେସରକାରୀ କ୍ଷେତ୍ରର ଭାଗ ୨୪ ପ୍ରତିଶତ (ଗତ ବର୍ଷ ୨୨ ପ୍ରତିଶତ ଥିଲା) ବଢ଼ିଛି। ସରକାରୀ କ୍ଷେତ୍ର ଚଳିତ ବର୍ଷ ପ୍ରାୟ ୪୨,୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଛି, ଯାହା ଏପର୍ଯ୍ୟନ୍ତର ସର୍ବାଧିକ।

ଡାଟା ପ୍ୟାଟର୍ନ (Data Patterns), ଆଷ୍ଟ୍ରା ମାଇକ୍ରୋୱେଭ (Astra Microwave) ଏବଂ ଆପୋଲୋ ମାଇକ୍ରୋ ସିଷ୍ଟମ୍ସ (Apollo Micro Systems) ଭଳି କମ୍ପାନୀଗୁଡ଼ିକ ରାଡାର, ସେନ୍ସର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସିଷ୍ଟମରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସରକାରଙ୍କ ‘iDEX’ (Innovations for Defence Excellence) ପଦକ୍ଷେପ ଏଥିରେ ବଡ଼ ଭୂମିକା ଗ୍ରହଣ କରିଛି।୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସରକାର ୭.୮୫ ଲକ୍ଷ କୋଟି ଟଙ୍କାର ରେକର୍ଡ ପ୍ରତିରକ୍ଷା ବଜେଟ୍ ଧାର୍ଯ୍ୟ କରିଛନ୍ତି। ଯେଉଁଥିରୁ ୨.୧୯ ଲକ୍ଷ କୋଟି ଟଙ୍କା କେବଳ ସାମରିକ ଆଧୁନିକୀକରଣ ଏବଂ ପୁଞ୍ଜି ଅଧିଗ୍ରହଣ ପାଇଁ ରଖାଯାଇଛି।

ସେହିପରି ଆତ୍ମନିର୍ଭର ଭାରତ ଅଭିଯାନ ବର୍ତ୍ତମାନ କେବଳ ଆମଦାନୀ ହ୍ରାସ କରୁ ନାହିଁ, ବରଂ ସରକାରୀ ଓ ବେସରକାରୀ କମ୍ପାନୀ ଏବଂ ଷ୍ଟାର୍ଟଅପଡ଼ିକୁ ନେଇ ଏକ ସମ୍ପୂର୍ଣ୍ଣ ‘ପ୍ରତିରକ୍ଷା-ଶିଳ୍ପ ଇକୋସିଷ୍ଟମ୍’ ଗଢ଼ି ତୋଳୁଛି, ଯାହା ବିଶ୍ୱର ବଡ଼ ପ୍ରତିରକ୍ଷା ଶକ୍ତିମାନଙ୍କର ସାମରିକ-ଶିଳ୍ପ କମ୍ପ୍ଲେକ୍ସ ସଦୃଶ ହେଉଛି।

ରପ୍ତାନିରେ ମଧ୍ୟ ରେକର୍ଡ

ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧିର ସିଧାସଳଖ ପ୍ରଭାବ ରପ୍ତାନି ଉପରେ ମଧ୍ୟ ପଡ଼ିଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତ ୩୮,୪୨୪ କୋଟି ଟଙ୍କାର ରେକର୍ଡ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଛି। ଏହା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ବଡ଼ ସଫଳତା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Source link



Source link

Leave A Reply

Your email address will not be published.