Voice of Eastern India

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ: ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସୟିଦ୍ ବି ଅଭିଯୁକ୍ତ, ଚାର୍ଜସିଟ୍‌ରେ ନାଁ ଯୋଡ଼ିଲା NIA


ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସୟିଦକୁ ଅଭିଯୁକ୍ତ କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ସୋମବାର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀ ହାଫିଜ୍ ସୟିଦ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଅଦାଲତରେ ଏନଆଇଏ ଏହି ଚାର୍ଜସିଟ୍ ଦାଖଲ କରିଛି । ହାଫିଜ୍ ସୟିଦ୍ ଏହି ଆକ୍ରମଣରେ ବ୍ୟକ୍ତିଗତ ଭାବେ ସାମିଲ ଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ପ୍ରତିବନ୍ଧିତ ସଂଗଠନ ଲସ୍କର-ଏ-ତୋଇବା ଏବଂ ତାର ସହଯୋଗୀ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ମଧ୍ୟ ଏହି ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ହାଫିଜ୍ ସୟିଦ୍ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଏବଂ ୟୁଏପିଏ ୧୯୬୭ର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି । ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବା ଏବଂ ସୀମା ପାର୍ଶ୍ୱରୁ ଷଡ଼ଯନ୍ତ୍ର ରଚିବା ପାଇଁ ମଧ୍ୟ ଚାର୍ଜସିଟରେ ଦଣ୍ଡନୀୟ ଧାରା ଲଗାଯାଇଛି । ୧୫୯୭ ପୃଷ୍ଠାର ଚାର୍ଜସିଟରେ ପାକିସ୍ତାନର ଷଡ଼ଯନ୍ତ୍ର, ସୟିଦର ଭୂମିକା ଏବଂ ଏନଆଇଏ ଦ୍ୱାରା କରାଯାଇଥିବା ତଦନ୍ତ ତଥା ପ୍ରମାଣ ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ରହିଛି ।

ଏହାପୂର୍ବରୁ ଡିସେମ୍ବର ୧୫, ୨୦୨୫ରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଏନଆଇଏ ପାକିସ୍ତାନୀ ହ୍ୟାଣ୍ଡଲର୍ ସାଜିଦ୍ ଜାଟକୁ ଅଭିଯୁକ୍ତ କରିଥିଲା । ଏହା ସହିତ ଜୁଲାଇ ୨୦୨୫ରେ ‘ଅପରେସନ୍ ମହାଦେବ’ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିବା ୩ ଜଣ ଆତଙ୍କବାଦୀ ଏବଂ ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତଙ୍କ ନାମ ମଧ୍ୟ ସାମିଲ ଥିଲା ।

Source link



Source link

Leave A Reply

Your email address will not be published.